ନୂଆଦିଲ୍ଲୀ : ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଘରେ ସିବିଆଇ । ଏକକାଳୀନ ୬ଟି ସ୍ଥାନରେ ସିବିଆଇର ଚଢାଉ ଜାରି । ଇଡି ପରେ ସିବିଆଇ ଚଢାଉକୁ ନେଇ ଚର୍ଚ୍ଚା ଜୋରଦାର । ୧୭,୦୦୦ କୋଟି ରୁଣ ଠକେଇ ମାମଲାରେ ଚଢାଉ । ଆର୍ଥିକ ଅନିୟମିତତା ଓ ମନି ଲଣ୍ଡରିଂ ମାମଲାରେ ରେଡ । ଅନୀଲ ଅମ୍ବାନୀ ତାଙ୍କ ବାସଭବନରେ ଥିବା ବେଳେ ସିବିଆଇ ଅଧିକାରୀମାନେ କଫ ପରେଡ୍ ସିୱିଣ୍ଡ ସ୍ଥିତ ତାଙ୍କ ବାସଭବନରେ ସକାଳ ୮ଟାରୁ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହା ପୂର୍ବରୁ ଅନୀଲ ଅମ୍ବାନୀଙ୍କୁ ଇଡି ମଧ୍ୟ ଜେରା କରିଥିଲା । ଇଡି ଓ ଏବେ ସିବିଆଇର ଚଢାଉ ପରେ କୁହାଯାଉଛି କି, ଅନୀଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ସୂତ୍ର ସୂଚନା ମୁତାବକ ସିବିଆଇ ଅନୀଲ ଅମ୍ବାନୀଙ୍କ ଘର ଓ ଅନ୍ୟ କିଛି ଠିକଣାରେ ୧୭ ହଜାର କୋଟି ଟଙ୍କାର ଲୋନ ହେରଫେର ନେଇ ଦସ୍ତାବିଜ୍ ଖୋଜୁଛି । ୟସ ବ୍ୟାଙ୍କ ଓ ଅନୀଲ ଅମ୍ବାନୀଙ୍କ କମ୍ପାନି ମଧ୍ୟରେ ହୋଇଥିବା ନେଣଦେଣର ଦସ୍ତାବିଜ ଖୋଜୁଛି ।
Views: 45