The Ultimate Managed Hosting Platform
ADVERTISEMENT

ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ

Facebook
Twitter
LinkedIn

ମୁମ୍ବାଇ : ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି ତ କାହା ଘରର କାନ୍ଥ ଭାଙ୍ଗିଲାଣି। ଯାତାୟତ କରିବାର ବିଭିନ୍ନ ମାଧ୍ୟମ ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ଜଣାଯାଇଛି। ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରେନ ଯାତ୍ରା ବିଳମ୍ବ ହେଉଥିବାର ଖବର ମିଳିଛି।ମଙ୍ଗଳବାର ଦିନ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇଯାଇଥିଲା, ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଏବଂ ରେଳ ସେବା ବାଧାପ୍ରାପ୍ତ ହୋଇଥିଲା। ଆଜି ମଧ୍ୟ ସମାନ ସ୍ଥିତି ରହିଛି। ପ୍ରବଳ ବର୍ଷା ଯୋଗୁଁ ରେଳପଥ ବୁଡ଼ିଯିବା ଯୋଗୁଁ ସ୍ଥାନୀୟ ଟ୍ରେନ୍ ସେବା ବାଧାପ୍ରାପ୍ତ ହେବା ସହିତ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login