ମୟୂରଭଞ୍ଜ : ଶିମିଳିପାଳ କୋର୍ ଅଞ୍ଚଳରେ ବୁଲୁଛି ବାଘୁଣୀ ‘ଜିନ୍ନତ୍’ । ୭ମାସ ପରେ ଏନକ୍ଲୋଜରରୁ ବାହାରି କୋର୍ ଅଞ୍ଚଳରେ ଶିକାର କରୁଛି । ଜିନ୍ନତ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛି ସ୍ବତନ୍ତ୍ର ଟିମ୍ । କୋର୍ ଅଞ୍ଚଳରେ ବୁଲି ଶିକାର କରି ନିଜ କ୍ଷେତ୍ର ପ୍ରସ୍ତୁତି କରିଥିବା ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଗତ ଡିସେମ୍ବର ୧୫ ତାରିଖରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରରୁ ଆଣି ଶିମିଳିପାଳରେ ଛଡାଯାଇଥିଲା ।
Views: 83











