ରାୟଗଡା : ୧୨ ଘଣ୍ଟିଆ ମୁନିଗୁଡା ସହର ବନ୍ଦ ପାଳନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ମୁନିଗୁଡା ବନ୍ଦ ପାଳନ । ସହରରେ ଦୋକାନ ବଜାର , ଗାଡି ଚଳାଚଳ ବନ୍ଦ । ଏନଏସି ଘୋଷଣା ମୁନିଗୁଡା ବାଦ ପଡିବାରୁ ପ୍ରତିବାଦ । ମୁନିଗୁଡା ପ୍ରଗତି ମଞ୍ଚ ପକ୍ଷରୁ ମୁନିଗୁଡା ବନ୍ଦ ଡାକରା । ମୁନିଗୁଡାକୁ ଏନଏସି କରିବାକୁ ଦୀର୍ଘ ବର୍ଷ ଧରି ଦାବି ହେଉଛି । କିନ୍ତୁ ମୁନିଗୁଡାକୁ ଏନଏସି ମାନ୍ୟତା ନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି । ବନ୍ଦ ଡାକରା ଯୋଗୁ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Views: 64