
ଭୁବନେଶ୍ୱର : ୨ ଠକଙ୍କୁ ଗିରଫ କଲା ଇଓଡ଼ବ୍ଲ୍ୟୁ । ତେବେ ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ବାନ୍ଧିଲା ଇଓଡବଲ୍ୟୁ । ସୂଚନା ଅନୁଯାୟୀ, କେନ୍ଦୁଝର ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଇଓଡ଼ବ୍ଲ୍ୟୁ ୨ ଠକଙ୍କୁ ଗିରଫ କରିଛି ।

ଇଓଡ଼ବ୍ଲ୍ୟୁ ଅଭିଯୁକ୍ତ ସୁବାସ ଘିସିଂ ଗିରିକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସୟାଦ ସହବଜା ନାକବିକୁ ଛତିଶଗଡ଼ରୁ ଗିରଫ କରିଛି । ବଡ଼ବିଲ ମ୍ୟୁନିସିପାଲଟିର କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ।ଏହି ୨ ଠକ ଅଫିସ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ହଡପ କରିଛନ୍ତି । ବେଆଇନ ଭାବେ ୨ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କାକୁ ଟ୍ରାନ୍ସଫର୍ କରାଯାଇଛି ।ଅଭିଯୁକ୍ତ ମାନେ ଅଭିଯୋଗକାରୀଙ୍କ ନକଲି ଚେକ ଓ ଜାଲ ଦସ୍ତଖତରେ ଏହି ଟଙ୍କା ହାତେଇ ଥିବା ଅଭିଯୋଗ ହୋଇଛି । ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟିଂ ରିମାଣ୍ଡରେ ଆଣି ବଡ଼ବିଲ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଛି ।

Views: 231