ଭୁବନେଶ୍ୱର : ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ କଡା ନିଦେ୍ର୍ଦଶ । ସମୟ ଅବଧି ଭିତରେ କାମ ନ ସାରିଲେ ଦାୟୀ ରହିବେ ଅଧିକାରୀ । ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ । ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ରବି ନାୟକ । ୨୦୨୬ ସୁଦ୍ଧା ୩୦-୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି । ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ରହିଛି । ବିଭାଗର ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଟେକ୍ନିକାଲ ସେକ୍ଟରରେ କିଛି ଏଜେନ୍ସି କାମ କରୁଛନ୍ତି। ବିଗତ ଦିନରେ ବି କାମ କରୁଥିଲେ। ଆଗାମୀ ଦିନରେ ବି କାମ କରିବେ। ଆଇଆଇଟି ଖଡଗପୁର, ଆଇଆଇଟି ରୁର୍କି ଭଳି ବିଭିନ୍ନ ସଂସ୍ଥାକୁ ଡିପିଆର୍ କାମ ଦିଆଯାଉଛି। ଯେଉଁ ସଂସ୍ଥା ଭଲ କରୁଛି ସେ ଡିପିଆର୍ ପ୍ରସ୍ତୁତ କଲେ କାମର ମାନ ବଢ଼ିବ।
ତିନିଟି ବ୍ୟବସ୍ଥାରେ ରାସ୍ତା ଉନ୍ନତିକରଣ କରାଯିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୫ ହଜାର କିମି ରାସ୍ତା ତିଆରି ହେବ। ସିଏମ୍ଆର୍ଏଲ୍ ଯୋଜନାରେ କିଛି ରାସ୍ତା ତିଆରି ହେବ। ଏହିଭଳି ଭାବେ ଚଳିତ ବର୍ଷ ୮୫୦୦ କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରଖିଛି ବିଭାଗ। ବିଭାଗୀୟ ଯନ୍ତ୍ରୀମାନେ ସବୁ କାମ ନିର୍ଣ୍ଣୟ କରିବେ। ସମୟ ଅବଧି ଭିତରେ କାମ ନସରିଲେ ଅଧିକାରୀମାନେ ଦାୟୀ ରହିବେ। ସମୟରେ କାମ ନସାରିଲେ ବିଭାଗ କାର୍ୟ୍ୟାନୁଷ୍ଠାନ ନେବ। ପ୍ରକଳ୍ପ କାମ ଅନୁଧ୍ୟାନ କରି ମାସିକିଆ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ୪ରେ ପ୍ରଥମ ପର୍ୟ୍ୟାୟରେ ୮ ଜିଲ୍ଲାର ୨ ହଜାର କିମି ରାସ୍ତା ତିଆରି ହେବ ।ଡିପିଆର୍ ପ୍ରସ୍ତୁତ କରି କେନ୍ଦ୍ରକୁ ଦିଆଯାଇଛି ।
ସମୟରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ -ମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ହର୍ଷ ପର୍ବତରୁ ୨୫୦ ଫୁଟ ତଳକୁ ଖସିଲା କାର
ରାଜସ୍ଥାନ : ରାଜସ୍ଥାନ ସିକଲ ଜିଲ୍ଲା ହର୍ଷ ପର୍ବତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୱାଚ ଟାୱର ନିକଟରେ ଏକ କାର୍ ୨୫୦ ଫୁଟ ତଳକୁ ଖସିବା...
ଓଟିଇଟି କେଳେଙ୍କାରୀ ; ଆଉ ୨ ରିମାଣ୍ଡରେ ଯିବେ
ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ରିମାଣ୍ଡରେ ଯିବେ ଆଉ ୨ ଅଭିଯୁକ୍ତ । ଆଉ ୨ ଅଭିଯୁକ୍ତଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ...
୭ ବଗିକୁ ଛାଡି ପଳାଇଲା ଇଞ୍ଜିନ
ସୋର : ୭ ବଗିକୁ ଛାଡି ପଳାଇଲା କୋଇଲା ବୋଝେଇ ଟ୍ରେନର ଇଞ୍ଜିନ । ମାର୍କୋଣା ଷ୍ଟେସନ ନିକଟରେ ୭ ବଗିକୁ ଛାଡି ପଳାଇଲା ଇଞ୍ଜିନ ।...
ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ବେଳେ ପୋଲିସ ହଟହଟା
କଣ୍ଟାବାଞ୍ଜି : ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ ମୁହାଁମୁହିଁ । ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି । ୫ ଦିନ ତଳେ...