ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ । ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମନଙ୍କ ସହ ଆଲୋଚନା କରିପାରନ୍ତି । ଆସନ୍ତାକାଲି ଦିଲ୍ଲୀରେ ରହିଛି ଏନଡିଏ ସାଂସଦମାନଙ୍କ ବୈଠକ । ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା କାର୍ଯ୍ୟକ୍ରମ । ଆସନ୍ତାକାଲି ଦିଲ୍ଲୀରେ ଏନଡିଏ ସାଂସଦମାନଙ୍କ ବୈଠକ ରହିଛି। ଅନ୍ୟପଟେ ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ଵି କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ହେବା ନେଇ ସୂଚନା ରହିଛି। ନିକଟରେ ଓଡ଼ିଶା ଗସ୍ତରେ ଆସି ଯାଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ। ଏଣୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀ ଗସ୍ତକୁ ଗୁରୁତ୍ବର ସହ ନିଆଯାଉଛି।
Views: 42