ଭୁବନେଶ୍ୱର : ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ଥିବା ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଲେ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଛନ୍ତି ନବୀନ । ଡିହାଇଡ୍ରେସନ ଜନିତ ଅସୁସ୍ଥତା ଯୋଗୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି ଓ ଭଲ ଅନୁଭବ କରୁଛନ୍ତି ବୋଲି ନବୀନ ଏକ ଭିଡ଼ିଓରେ କହିଛନ୍ତି । ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଡାକ୍ତରଖାନା ଗସ୍ତ କରି ନବୀନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନଙ୍କ ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ସୂଚନା ଅନୁସାରେ ନବୀନ ପଟ୍ଟନାୟଙ୍କୁ ଦେଖିବା ପାଇଁ ବିଜେଡିର ବହୁ ବରିଷ୍ଠ ନେତା ମେଡିକାଲରେ ପହଞ୍ଚିଥିଲେ । ନବୀନଙ୍କ ସୁରକ୍ଷା ପାଇଁ ଘରୋଇ ହସ୍ପିଟାଲ ଆଗରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ସୁସ୍ଥ ଅଛନ୍ତି ନବୀନ ; ଆଜି ହେବେ ଡିସଚାର୍ଜ , ଗତକାଲି ଅସୁସ୍ଥତା ଯୋଗୁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







