ନୂଆଦିଲ୍ଲୀ : ଦିଲ୍ଲୀରୁ ବୁଲା କୁକୁର ହଟାଇବା ମାମଲାରେ ରାୟ ସରଂକ୍ଷିତ । ରାୟ ସରଂକ୍ଷିତ ରଖିଲେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ । ପ୍ରସଙ୍ଗର ସମାଧାନ ହେବା ଦରକାର ବିବାଦ ନୁହେଁ କହିଲେ ଖଣ୍ଡପୀଠ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହଟ୍ଟା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରିଛନ୍ତି । ଏବେ କୌଣସି ଆଦେଶ ଦେବୁନି ବୋଲି କୋର୍ଟ କହିଛନ୍ତି । ଏଥିସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ଖଣ୍ଡପୀଠ । କୁକୁର କାମୁଡ଼ା ରୋକିବାରେ ବିଫଳତା ଯୋଗୁଁ ବର୍ଷିଛନ୍ତି ।
ଖଣ୍ଡପୀଠ କହିଛନ୍ତି, ପାର୍ଲ୍ୟାମେଣ୍ଟ ଆଇନ ପ୍ରଣୟନ କରୁଛି । କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷ ତାର କାର୍ୟ୍ୟକାରୀ କରୁ ନାହାନ୍ତି । ସୋମବାର ଦିଲ୍ଲୀ -ଏନସିଆରର ସମସ୍ତ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ।
ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କୁକୁରଙ୍କ ଆକ୍ରମଣରେ ପିଲାଙ୍କ ମୃତ୍ୟୁ ହେଉଛି । ବନ୍ଧ୍ୟାକରଣ କରାଗଲେ ବି କୁକୁର କାମୁଡ଼ା ଘଟଣା କମୁନାହିଁ । ଦେଶବ୍ୟାପୀ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । କେହି ପଶୁଙ୍କୁ ଘୃଣା କରନ୍ତି ନାହିଁ, କିନ୍ତୁ ସୁରକ୍ଷା ଜରୁରୀ ବୋଲି କହିଛନ୍ତି ।
ଏହାର ଜବାବରେ କପିଲ ସିବ୍ବଲ କହିଥିଲେ ଯେ, କୋର୍ଟ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡ଼ାଯିବ ନାହିଁ । ତା’ହେଲେ ସେମାନେ କୁଆଡ଼େ ଯିବେ ? ଏହା ନିୟମ ବିରୋଧୀ । ଏହା ଉପରେ ରୋକ୍ ଲଗାଯିବା ଦରକାର । ଏତେ ସଂଖ୍ୟକ କୁକର ଏକାଠି ରହିଲେ, ପରସ୍ପର ମଧ୍ୟରେ କାମୁଡାକାମୁଡି ହେବେ ।
ବୁଲା କୁକୁର ମାମଲାରେ ରାୟ ସରଂକ୍ଷିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











