The Ultimate Managed Hosting Platform
ADVERTISEMENT

ଭିସୁଟର ଡ୍ରେସ କୋଡ : ଛାତ୍ରୀଙ୍କୁ ଦୁପଟା ମନା

Facebook
Twitter
LinkedIn

ସମ୍ବଲପୁର : ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଡ୍ରେସ କୋଡ । ୨୦୨୫-୨୬ ଶିକ୍ଷା ବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ କୋଡ । ଛାତ୍ର ମାନେ ଫର୍ମାଲ ପାଣ୍ଟ-ସାର୍ଟ ଓ ଛାତ୍ରୀ ମାନେ ସାଲୱାର କମିଜ ପିନ୍ଧିବେ । ସୁରକ୍ଷା କାରଣରୁ ଛାତ୍ରୀମାନଙ୍କୁ ଦୁପଟା ପରିଧାନ ପାଇଁ ବାରଣ । ରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଦୁପଟ୍ଟା ବା ଓଢଣୀ ବାରଣ ରହିଛି । ପ୍ୟାଣ୍ଟ , ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରହିବ ବୋଲି କୁହାଯାଇଛି । ଏଥିରେ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି । ନୂତନ ନୀତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୋଷ୍ଠୀବଦ୍ଧତା, ବୃତ୍ତିଗତତା ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ପ୍ରଶାସନ ସୂଚିତ କରିଛନ୍ତି ଯେ, ନିର୍ଦ୍ଧାରିତ ଡ୍ରେସ କୋଡ୍ ପାଳନ ନ କଲେ ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login