The Ultimate Managed Hosting Platform
ADVERTISEMENT

ରାଜନଗର ଗଣଦୁଷ୍କର୍ମ : ଆଉ ୪ ଗିରଫ

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ରାଜନଗର ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଆଉ ୪ ଜଣଙ୍କୁ ଗିରଫ କଲା ରାଜନଗର ପୋଲିସ । କାଲି ପିଉସାଙ୍କ ପରେ ଆଜି ଆଉ ୪ ଅଭିଯୁକ୍ତ ଗିରଫ । ଆଜି ଏହି ୪ ଜଣଙ୍କୁ ଗିରଫ କରି ରାଜନଗର ପୁଲିସ ମେଡିକାଲ ଯାଞ୍ଚ କରାଇଛି । ଏହାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ସୂଚନା ଅନୁସାରେ, ରାଖୀ ପୂର୍ଣ୍ଣିମା ଦିନ ସମ୍ପର୍କୀୟ ପିଉସା ଛାତ୍ରୀଙ୍କୁ ନେଇ ଭାଲୁକୁଣୀ ମୂର୍ତ୍ତି କିଣିବାକୁ ମଟର ସାଇକେଲରେ ଔପଦା ଯାଇଥିଲେ । ମୂର୍ତ୍ତି ଆଣିବାକୁ ଡାକି ପ୍ରଥମେ ଗର୍ଜନପୁର – ଗୋସିଗାଁ ରାସ୍ତାରେ ଥିବା ପମ୍ପ ହାଉସ ଘର ଓ ପରେ କୁନ୍ଦୁପୁର ଗ୍ରୀଡ଼ ଥିବା ନିଛାଟିଆ ରାସ୍ତାକୁ ନେଇ ଯାଇଥିଲେ । ସେଠାରେ ପିଉସା ନାବାଳିକା ସହିତ ଦୁଷ୍କର୍ମ କରୁଥିବାବେଳେ ସେଠାରେ ମଦ ପିଉଥିବା ଅନ୍ୟ ଯୁବକମାନେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ ପୀଡ଼ିତା ନିଜ ଘରେ ଜଣାଇଥିଲେ । ପିଉସାର ଘଟଣାରେ ସମ୍ପୃକ୍ତି ଥିବାରୁ କିଛି ଲୋକ ଏହାକୁ ସମାଧାନ ପାଇଁ ଉଦ୍ୟମ କରିଥିଲେ । ଦୁଇ ଦିନ ଧରି ଉଦ୍ୟମ ହୋଇଥିଲେ ମଧ୍ୟ ସମାଧାନ ହୋଇ ପାରିନଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ରାଜନଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଦୁଷ୍କର୍ମକାରୀ ପୀଡ଼ିତାଙ୍କ ଫଟୋ ଓ ଭିଡିଓ କରି ଭାଇରାଲ୍ କରିଥିବା ସୂଚନା ବି ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login