ପୁରୀ : ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ ପରିକ୍ରମା ମାର୍ଗରେ ଧମକ ପୂର୍ଣ୍ଣ ଲେଖା । ପରିକ୍ରମା ମାର୍ଗ ବାଲି ସାଗି ପ୍ରବେଶ ପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା । ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା । ବୁଢ଼ୀ ମା ଠାକୁରାଣୀଙ୍କ କାନ୍ଥରେ କେହି ଦୁର୍ବୃତ୍ତ ଏଭଳି ଧମକପୂର୍ଣ୍ଣ ଲେଖା ଲେଖିଛି ।
ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ । ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି । ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି କରିଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ ଆତଙ୍କବାଦୀଙ୍କ ନାଁ ନେଇ ଏପରି ଲେଖିଲା କିଏ ? ତା’କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
Views: 124











