The Ultimate Managed Hosting Platform
ADVERTISEMENT

୨୦ ପରେ ନିଗମ, ବୋର୍ଡ କମିଟି ଗଠନ

Facebook
Twitter
LinkedIn

ଭୁବନେଶ୍ୱର : ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ହୋଇପାରେ । ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ବିଜେପି ସଭାପତି ମନମୋହନ ସାମଲ । ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ । ତାଲିକା ଦିଲ୍ଲୀରେ ହୁଏନି ଓଡିଶାରେ ହୁଏ କହିଲେ ମନମୋହନ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ , ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସହ ବୈଠକ ହୋଇଛି । ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଏଣେ ସୁଭଦ୍ରା ଟଙ୍କାରେ ଲକ୍ଷପତି ଦିଦି ସୃଷ୍ଟି ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ଉପରେ ଜବାବ ରଖି ମନମୋହନ ସାମଲ କହିଛନ୍ତି, ବିଜେଡି ୫ ବର୍ଷ ଅପେକ୍ଷା କରୁ। ଅଧୈର୍ୟ୍ୟ ହେବା ଉଚିତ ନୁହେଁ। ଓଡ଼ିଶା ଲକ୍ଷ ପତି ଦିଦିରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ଏହା ସୌଭାଗ୍ୟର ବିଷୟ। ଓଡ଼ିଶାର ମହିଳାମାନେ କଠିନ ପରିଶ୍ରମ କରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login