The Ultimate Managed Hosting Platform
ADVERTISEMENT

ଘରେ ଜଳିଗଲେ ଯୁବତୀ : ଏଏସଆଇଙ୍କୁ ବଦଳି

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି । ଏଏସଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡା ଏସପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସପି । କାଲି ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡିତାଙ୍କ ବାପା । ଝିଅର ଅଭିଯୋଗ ଏଏସଆଇ ରଖି ନ ଥିବା ଅଭିଯୋଗ କରିଥିଲେ ।
ସେପଟେ ଛାତ୍ରୀଙ୍କ କିପରି ହେଲା ମୃତ୍ୟୁ ?। ରହସ୍ୟ ଖୋଲିବ ପୋଷ୍ଟମର୍ଟମ ରିପୋର୍ଟ। ଆଜି କେନ୍ଦ୍ରାପଡ଼ା ମେଡିକାଲରେ ହେବ ମୃତଦେହ ବ୍ୟବଛେଦ। ପୀଡ଼ିତାଙ୍କୁ ହତ୍ୟା କରାଯାଇଛି ନା ଜୀବନ ହାରିଛନ୍ତି ?। ତାଙ୍କ କଲ ଡିଟେଲ୍ସ ଯାଞ୍ଚ କରୁଛି ପୋଲିସ । ଶେଷ ଥର ପାଇଁ ସେ କାହା ସହ କଥା ହୋଇଥିଲେ । ଫୋନରେ ଛାତ୍ରୀ ଜଣକ କଣ କଥା ହୋଇଥିଲେ ?। ସେସବୁର ତନାଘନା ଚଳାଇଛି ପୋଲିସ। ଅଭିଯୋଗ ଅନୁସାରେ, ଘରେ କେହି ନଥିବା ବେଳେ ନିଜ ଉପରେ କିରୋସିନ ଢାଳି ଜୀବନ ହାରି ଥିଲେ । ଛାତ୍ରୀଙ୍କ ସହ ବ୍ରେକଅପ ହୋଇ ସାରିଥିବା ଜଣେ ଯୁବକ ତାଙ୍କ ଅଶ୍ଳିଳ ଫଟୋ ଛାଡ଼ି ବାରମ୍ବାର ବ୍ଲାକମେଲ କରୁଥିଲା ବୋଲି ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login