The Ultimate Managed Hosting Platform
ADVERTISEMENT

ଦମ୍ପତିଙ୍କ ସନେ୍ଦହଜନକ ମୃତ୍ୟୁ !

Facebook
Twitter
LinkedIn

ଝରିଗାଁ : ଦମ୍ପତିଙ୍କ ସନେ୍ଦହ ଜନକ ମୃତ୍ୟୁ । ଉମରକୋଟ ଥାନା ସାନଭୀମାଗୁଡା ଗାଁରେ ଅଘଟଣ । ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଜୀବନ ହାରିଥିବା ସ୍ବାମୀ ଓ ସ୍ତ୍ରୀ ହେଲେ ଝରିଗାଁ ବ୍ଲକ ଧୋଡରା ପଞ୍ଚାୟତ ସାନଭୀମାଗୁଡା ଗାଁର ସୁତମ ଭତରା ଓ ତାଙ୍କ ସ୍ତ୍ରୀ ଫୁଲମଣି ଭତରା ।
ସୂଚନା ଅନୁସାରେ ଗତକାଲି ରାତିରେ ସୁତମ ଓ ଫୁଲମଣି ଖାଇପିଇ ଶୋଇବାକୁ ଯାଇଥିଲେ । ଆଜି ଘର ଭିତରେ ଲୁହା ପାଇପରେ ଫୁଲମଣି ବେକରେ ଓଢ଼ଣି ବାନ୍ଧି ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା । ସେହିପରି ସୁତମ ଘର ନିକଟରେ ଥିବା ଏକ ତେନ୍ତୁଳି ଗଛରେ ବେକରେ ଶାଢ଼ି ଲଗାଇ ଝୁଲି ପଡିଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login