ନୂଆଦିଲ୍ଲୀ : ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ । ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ ରନରେ ଭାରତର ରୋମାଞ୍ଚକର ବିଜୟ । ଓଭାଲରେ ଚାଲିଥିବା ୫ମ ତଥା ଶେଷ ଟେଷ୍ଟରେ ଭାରତୀୟ ଦଳ ଇଂଲଣ୍ଡକୁ ବିଜୟ ପାଇଁ ୩୭୪ ରନର ଟାର୍ଗେଟ ଦେଇଥିଲା, ଯାହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୬ ରନରେ ହାରି ଯାଇଛି । ପ୍ରସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜଙ୍କ ବୋଲିଂ ଆଗରେ ଧରାଶାୟୀ ହୋଇଛି ଇଂଲଣ୍ଡ ଟିମ୍ ।
ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଭାରତ ବିଦେଶ ମାଟିରେ ପାଞ୍ଚଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଜିତିଛି । ପୂର୍ବରୁ ଭାରତ ବିଦେଶ ମାଟିରେ ୫ଟି ମ୍ୟାଚ୍ ବିଶିଷ୍ଟ ୧୬ ସିରିଜ ଖେଳିଥିଲା । ଯେଉଁଥିରୁ ଶେଷ ଟେଷ୍ଟ ୬ ଥର ହାରିଥିଲା ଏବଂ ଶେଷ ଟେଷ୍ଟ ମ୍ୟାଚ୍ ୧୦ ଥର ଡ୍ର ଥିଲା । ଏବେ ଶେଷରେ ଭାରତୀୟ ଦଳ ବିଦେଶରେ ପାଞ୍ଚଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଜିତିବାରେ ସଫଳ ହୋଇଛି।
Views: 11