The Ultimate Managed Hosting Platform
ADVERTISEMENT

ଏଫଏମ ପୀଡିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାକ ; ମିଳିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ଏଫଏମ ପୀଡିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାକ । ସାମ୍ନାକୁ ଆସିଲା ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ । ପୀଡିତା ସାଇକେଲରେ ଯାଉଥିବାର ସିସିଟିଭି ଫୁଟେଜ । ସିସିଟିଭି ଦୃଶ୍ୟରୁ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ପୀଡ଼ିତା ନିଜେ ହିଁ ପେଟ୍ରୋଲ ଆଣିବାକୁ ଯାଇଥିଲେ । ସେପଟେ ଏ ଘଟଣାରେ ଆଉ ୨ ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି । ୨୩ ଦିନ ପରେ ଦୁଇ ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀ ମୃତ୍ୟୁ ଘଟଣା ଷଡଯନ୍ତ୍ର ଅଭିଯୋଗରେ ଗିରଫ ହେଲେ ଦୁଇ ଛାତ୍ର। ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଶୁଭ୍ର ସମ୍ବିତ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି । ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ । ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ କିଛି ଛାତ୍ର । ନିକଟରେ ମୋବାଇଲ ଭିଡ଼ିଓ କରିବା ସହିତ ଆତ୍ମହତ୍ୟା ଉଦ୍ୟମ ପାଇଁ ସହଯୋଗ କରିଥିବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଗିରଫ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login