ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କେଉଁଠି ବେଞ୍ଚ ହେବ ଓକିଲ ସଂଘ ସ୍ଥିର କରନ୍ତୁ । ହାଇକୋର୍ଟ ବେଞ୍ଚ ପାଇଁ ଯଶବନ୍ତ ସିଂହ କମିଶନ ମାପଦଣ୍ଡ ସ୍ଥିର କରିଛନ୍ତି । ପଶ୍ଚିମ ଓ ଦକ୍ଷିଣ ଓଡିଶା ହାଇକୋର୍ଟ ବେଞ୍ଚ କେଉଁଠି ସ୍ଥାପନ ହେବ ସ୍ଥିର କରନ୍ତୁ । ଏ ନେଇ କେନ୍ଦ୍ର ସରକାରଙ୍କୁ ଏକ ସମ୍ୱନ୍ୱିତ ପ୍ରସ୍ତାବ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁରେଶ ପୂଜାରୀ । ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି, ମହାରାଷ୍ଟ୍ରକୁ ମିଳିଛି ଆଉ ଏକ ହାଇକୋର୍ଟ ବେଞ୍ଚ। କୋଲ୍ହାପୁରରେ ଏହି ବେଞ୍ଚ ଅଗଷ୍ଟ ୧୮ରୁ କାର୍ୟ୍ୟକ୍ଷମ ହେବ । ହେଲେ ଦଶନ୍ଧି ଦଶନ୍ଧିର ଦାବି ସତ୍ତ୍ବେ ଓଡ଼ିଶାରେ ଆଜି ଯାଏଁ ଏହା ପୂରଣ ହୋଇ ପାରିଲାନି ।
Views: 8