ଭୁବନେଶ୍ୱର : ଏଣିକି ମହିଳା ମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ । ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ । ନାଇଟ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର । ଏ ନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜିପିଏସ ଟ୍ରାକିଂ ସହ ପରିବହନ ସୁବିଧା ଥିବା ଆବଶ୍ୟକ । ଅତି କମରେ ୩ ଜଣ ମହିଳା ରାତି ସିଫ୍ଟରେ ରହିବେ । ରାତିରେ ଯେଉଁ ଡ୍ରାଇଭର ରହିବେ ତାଙ୍କର ବାୟୋଡାଟା ଏବଂ ପୋଲିସ ଭେରିଫିକେସନ୍ ଥିବା ଆବଶ୍ୟକ । ସେହିଭଳି ମହିଳାଙ୍କୁ ୱାସ୍ ରୁମ ଏବଂ ପିଇବା ପାଣି ଯୋଗାଇ ଦେବ ସଂସ୍ଥା । ସିଟିଟିଭ ସର୍ଭେଲାନ୍ସରେ ରହିବେ ମହିଳା କର୍ମଚାରୀ । ରାତିରେ କେହି କିଶୋର କର୍ମଚାରୀ କାମ କରିବେ ନାହିଁ। ଏହା ନିଶ୍ଚିତ କରିବେ ସଂପୃକ୍ତ ସଂସ୍ଥା। ମହିଳା କର୍ମଚାରୀଙ୍କ ନିଯୁକ୍ତି ବଢ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି ।
Views: 12