ସୁବର୍ଣ୍ଣପୁର : ଭ୍ୟାନକୁ ପଛରୁ ଧକ୍କା ଦେଲା ହାଇୱା । ଫଳରେ ୨୦ ଜଣ ଆହତ ହୋଇଛନ୍ତି । ଏନଏଚ ୫୭ ଝିଙ୍କି ପନ୍ଥେଇ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଭ୍ୟାନରେ ପୁରୀ ଯିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ୪ ଶିଶୁ ଓ ମହିଳା ରହିଛନ୍ତି । ୪ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଦମକଳବାହିନୀର କର୍ମକର୍ତା ପହଞ୍ଚି ଗ୍ୟାସ କଟର ସାହାର୍ୟ୍ୟରେ କାଟି ସେମାନଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ତେବେ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ହାଇୱା ଗାଡିକୁ ଧରିବାକୁ ଏବେ ଦାବୀ ହୋଇଛି ।
Views: 13