The Ultimate Managed Hosting Platform
ADVERTISEMENT

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

Facebook
Twitter
LinkedIn

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍ ତାଙ୍କୁ ଯାଞ୍ଚ କରୁଛନ୍ତି । ଖବର ମୁତାବକ, ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଘୋଡାବାନ୍ଦା ସ୍ଥିତ ବାସଭବନରେ ପଡ଼ିଯାଇଥିଲେ । ମନ୍ତ୍ରୀ ରାମଦାସ ସୋରେନ ଜାମଶେଦପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମନ୍ତ୍ରୀଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ପାଇଁ ଏୟାରଲିଫ୍ଟ କରାଯାଇଛି । ଏୟାର ଆମ୍ବୁଲାନ୍ସ ଜରିଆରେ ସୋନାରୀ ଏୟାରପୋର୍ଟରୁ ଦିଲ୍ଲୀକୁ ନିଆଯାଇଛି । ମନ୍ତ୍ରୀଙ୍କ ସହିତ ରାମଦାସ ସୋରେନଙ୍କ ପତ୍ନୀ, ପୁଅ ଏବଂ ସଂପର୍କୀୟ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login