ଢେଙ୍କାନାଳ : ହିନେ୍ଦାଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ । ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗାଁରେ ହାତୀ ଆକ୍ରମଣରେ ଚାଷୀ ମୃତ । ବିଲକୁ କାମ କରିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର । ୨ ଦିନ ତଳେ ହିନେ୍ଦାଳରେ ୩ ଜମଙ୍କୁ ଦଳି ମାରିଥିଲା ହାତୀ । ମୃତକ ହେଲେ କରୁଣାକର ଦେହୁରୀ, ଝୁଲଣ ଦେହୁରୀ ଓ ଶଶି ସାହୁ । ସେପଟେ ପ୍ରତିବାଦରେ ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ। ଫଳରେ ଅନୁଗୁଳ -ଭୁବନେଶ୍ବର ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଥିଲା । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।
Views: 20