ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର କୁନିଝିଅ ପିହୁ ଅପହରଣ ଘଟଣାକୁ ଏହା ଭିତରେ ୫ ବର୍ଷ ବିତିଗଲାଣି । ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ପିହୁଙ୍କ ମାଆ । ୭ ଦିନ ଭିତରେ ଝିଅକୁ ଖୋଜି ଆଣିବାପାଇଁ ଅନୁରୋଧ କରିଛନ୍ତି । ନ୍ୟାୟ ନମିଳିଲେ ୮ ତାରିଖରୁ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ପିହୁର ମାଆ ମୋନାଲିସା । ଏହା ପୂର୍ବରୁ ବିଭିନ୍ନ ଫୋରମକୁ ଯାଇ ଅନୁରୋଧ କରିଛନ୍ତି ମୋନାଲିସା । ଅନେକ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି । ହେଲେ ଏବେ ବି ଝିଅର କୌଣସି ଖୋଜ ଖବର ମିଳିପାରୁନି ।
Views: 18