The Ultimate Managed Hosting Platform
ADVERTISEMENT

ଘର ଭାଙ୍ଗିଲା ହାତୀ , ଭୟଭୀତ ଲୋକେ

Facebook
Twitter
LinkedIn

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ବଡପୋଷ ଗାଁରେ ହାତୀ ଆତଙ୍କ ଦେଖାଯାଇଛି । ଗତକାଲି ଆଉ ଏକ ଗୋଠଛଡ଼ା ହାତୀ ନଦୀ ପାର ହୋଇ ବିଳମ୍ବିତ ରାତିରେ ଆସି ବଡପୋଷ ଗାଁର ଗାଉଁନ୍ତିଆ ସାହିର କଳ କିସାନଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ନଷ୍ଟ କରିଥିବା ଜଣା ପଡିଛି । ଖାଦ୍ୟ ଅନ୍ୱେଷଣରେ ଏହି ଦନ୍ତା ହାତୀ ଘର କାନ୍ଥ ଭାଙ୍ଗି ଥିଲା, ଫଳରେ କଳ କିଷାନଙ୍କ ପରିବାର ଲୋକେ ଭୟଭୀତ ହୋଇ ଦୌଡ଼ି ପଲାଇ ଯାଇ ଚିତ୍କାର କରିଥିଲେ । ଫଳରେ ଗ୍ରାମବାସୀ ଏକତ୍ରିତ ହୋଇ ହୋହାଲ୍ଲା କରିବାରୁ ହାତୀଟି ପଳେଇ ଯାଇଥିଲା । ଆଜି ସକାଳେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ୱେବ୍ ପୋର୍ଟାଲ ମାଧ୍ୟମରେ ଅନଲାଇନ କରିଥିବା ବେଳେ ଯଥା ଶୀଘ୍ର ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ଆଶ୍ୱାସନା ଦେଇଥିବା ଜଣା ପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login