The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହାଡ ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଘରୋଇ ଉପାୟରେ କରନ୍ତୁ ମସାଜ………..

Facebook
Twitter
LinkedIn

ବ୍ୟୁରୋ : ହାଡ଼ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ସମସ୍ୟା ସମାଧାନର ଉପାୟ ବତାଇବୁ । ବୟସ ବଢିବା ସହିତ ହାନ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ । ଏପରି ପରିସ୍ଥିତିରେ ରସୁଣ ତେଲ ନିୟମିତ ବ୍ୟବହାର କରନ୍ତୁ । ଏହା ମାଲିସ୍ କରିବା ଦ୍ବାରା ହାଡ଼କୁ ମଜବୁତ କରିବାରେ ସହାୟକ କରିଥାଏ । ଆପଣ ଏହି ତେଲକୁ ଆଣ୍ଠୁ, ଅଣ୍ଟା, ପିଠି, ବେକ, ହାତ ଏବଂ ଗୋଡ଼ ଯନ୍ତ୍ରଣା ସମୟରେ ଏହି ତେଲକୁ ବ୍ୟବହାର କରିପାରିବେ । ଏହି ତେଲ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉପଯୋଗୀ । ରସୁଣର ଗରମ ପ୍ରଭାବ ଥାଏ । ଥଣ୍ଡା ପାଗରେ କିମ୍ବା ଶରୀରରେ ଥଣ୍ଡା ଲାଗିଲେ, ରସୁଣ ତେଲରେ ମାଲିସ କରିବା ଦ୍ୱାରା ଶରୀରକୁ ଭିତରୁ ଉଷ୍ମତା ମିଳିଥାଏ ଏବଂ ଥଣ୍ଡାରୁ ରକ୍ଷା ମିଳିଥାଏ । ଯଦି ଆପଣ ଡ୍ୟାଣ୍ଡ୍ରଫ୍ ସମସ୍ୟାରେ ରହିଛନ୍ତି ଏହି ରସୁଣ ତେଲ ଆପଣଙ୍କ ପାଇଁ ବେଷ୍ଟ ହୋମ୍ ରିମେଡି ରହିବ । ଯାହା ଡ୍ୟାଣ୍ଡ୍ରଫ୍ ଭଳି ସମସ୍ୟାଠାରୁ ଦୂରରେ ରଖେ । ଏହା ଆମ କେଶ ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ କିପରି ତିଆରି କରିବେ ଏବଂ ବ୍ୟବହାର କରିବେ ସେ ସମ୍ପର୍କରେ ଆମେ ଜାଣିବା । ଘରେ ଏହି ତେଲ ତିଆରି କରିବା ବହୁତ ସହଜ। ଏଥିପାଇଁ ୫-୭ ଟି ରସୁଣ କୋଲା ନିଅନ୍ତୁ । ସେଗୁଡ଼ିକୁ ଛଡ଼ାଇ ଦିଅନ୍ତୁ ଏବଂ ତାକୁ ଭଲ ଭାବରେ କାଟି କିମ୍ବା ପେଷି ଦିଅନ୍ତୁ । ଏକ ପ୍ୟାନରେ କିଛି ସୋରିଷ ତେଲ ଗରମ କରି ସେଥିରେ ରସୁଣକୁ ପକାନ୍ତୁ । ଏହା ପରେ ତାକୁ ୨-୩ ମିନିଟ୍ ପର୍ୟ୍ୟନ୍ତ କମ୍ ଆଞ୍ଚରେ ରାନ୍ଧନ୍ତୁ । ରସୁଣ ସୁନେଲି ରଙ୍ଗ ହୋଇଗଲେ, ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ତେଲକୁ ଥଣ୍ଡା କରନ୍ତୁ ଏବଂ ଆବଶ୍ୟକତା ଅନୁସାରେ ହାଲୁକା ଗରମ କରି ବ୍ୟବହାର କରନ୍ତୁ । ଏହି ତେଲକୁ କୌଣସି ଏକ ଡ଼ବାରେ ମଧ୍ୟ ଆପଣ ଷ୍ଟୋର କରି ରଖିପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login