ନୂଆଦିଲ୍ଲୀ : ଭାରତକୁ ଆଉ ଏକ ଝଟକା । ଆମେରିକାର ବ୍ୟାନ ଭାରତ ଉପରେ ପକାଇଛି ମହଙ୍ଗା । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହା ପରେ ଭାରତ-ଆମେରିକା ସମ୍ପର୍କ ଖରାପ ଆଡକୁ ଗତି କରୁଛି । ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି । ଏହା ଇରାନ ଉପରେ ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ମଧ୍ୟ ଆଣିଛି । ଆମେରିକାର ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, “ଇରାନ ସରକାର ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି ଏବଂ ଅସ୍ଥିରତା ବିସ୍ତାର କରିବା ପାଇଁ ଟଙ୍କା ବ୍ୟବହାର କରୁଛି । ଏହି ରାଜସ୍ୱ ଉତ୍ସକୁ ବନ୍ଦ କରିବା ପାଇଁ ଆମେରିକା ପଦକ୍ଷେପ ନେଉଛି, ଯାହାକୁ ଇରାନ ଆତଙ୍କବାଦକୁ ସମର୍ଥନ କରିବା ପାଇଁ ବ୍ୟବହାର କରେ ।” ଆମେରିକାର ବୈଦେଶିକ ବିଭାଗ ବୁଧବାର ଦିନ ଇରାନ ସହିତ ବ୍ୟବସାୟ କରୁଥିବା ୨୦ ଟି କମ୍ପାନିକୁ ବ୍ୟାନ୍ କରିଛି, ଯେଉଁଥିରେ ଛଅଟି ଭାରତୀୟ କମ୍ପାନି ମଧ୍ୟ ସାମିଲ ଅଛି ।
ଭାରତର ୬ଟି କମ୍ପାନୀକୁ ବ୍ୟାନ କଲା ଆମେରିକା

Facebook
Twitter
LinkedIn
Facebook
Twitter
LinkedIn
Recent News
ଅଗଷ୍ଟ ୩୧ରେ ସ୍ପେଶାଲ ଓଟିଇଟି
ଭୁବନେଶ୍ୱର : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ ଓଟିଇଟି । ସ୍ପେଶାଲ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ...
ସପ୍ତାହେ ଘୁଞ୍ଚିଲା ଟ୍ରମ୍ପଙ୍କ ଟାରିଫ
ନୂଆଦିଲ୍ଲୀ : ଆମେରିକାର ୨୫ ପ୍ରତିଶତ ଟାରିଫ ପ୍ଲାନ ଏକ ସପ୍ତହା ଘୁଞ୍ଚିଲା । ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି...
ଅନିଲ ଅମ୍ବାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଇଡି ଜାଲରେ ଅନିଲ ଅମ୍ବାନୀ । ରିଲାୟାନ୍ସ ଗ୍ରୁପର ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ସମନ କରିଛି । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ...
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ
ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...