ମହାରାଷ୍ଟ୍ର : ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ । ମୋଟ ୭ ଜଣଙ୍କୁ ନିଦେ୍ର୍ଦାଷରେ ଖଲାସ କଲେ ସ୍ୱତନ୍ତ୍ର ଏନଆଇଏ କୋର୍ଟ । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ସାଧ୍ୱୀପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।
ଏନଆଇଏ କୋର୍ଟ ସାଧ୍ୱୀ ପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି କି, ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାର୍ହି । ଏହାସହ ଯାଂଚ କରୁଥିବା ଏଜେନ୍ସି ପ୍ରମାଣ କରିପାରିନାହିଁ କି, ଯେଉଁ ମୋଟରସାଇକେଲ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା ତାହା ସାଧ୍ୱୀପ୍ରଜ୍ଞାଙ୍କର ବୋଲି ।
Views: 19