ଭୁବନେଶ୍ୱର : ଓଏଏସ ଅଧିକାରୀଙ୍କ ନାଁରେ ପତ୍ନୀଙ୍କ ଅଭିଯୋଗ ।OSDMA ରେ କାର୍ୟ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ପତ୍ନୀଙ୍କ ଅଭିଯୋଗ । ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାର୍ଥକଙ୍କ ପତ୍ନୀ ଅର୍ଚ୍ଚନା ଦାସ । ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ନିର୍ୟାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ୟାତନା ଦେବା ଅଭିଯୋଗ କରିଛନ୍ତି । ଶିଶୁକୁ ୩ ମାସ ହୋଇଯାଇଥିଲେ ବି ତାକୁ କିମ୍ବା ପତ୍ନୀଙ୍କୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି ବୋଲି ମହିଳା ଥାନାରେ ଅଭିଯୋଗ କରିଛନ୍ତି ଅର୍ଚ୍ଚନା ।ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ୟ୍ୟରତ ଅଛନ୍ତି। ଉଭୟ ଅର୍ଚ୍ଚନା ଓ ସୌରଭଙ୍କ ଘର ଭୁବନେଶ୍ୱର ।
Views: 25