ଭୁବନେଶ୍ୱର : ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ଗତକାଲି ରାଜ୍ୟର କୌଣସି ସ୍ଥାନରେ ବିଶେଷ ବର୍ଷା ନାହିଁ । ତେଣୁ ବିପଦ ସଙ୍କେତ ତଳେ ରହିଛି ସବୁ ନଦୀର ଜଳସ୍ତର । ଏବେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ବନ୍ୟାଜଳ ନିଷ୍କାସନ ହେଉ ଛି। ଜଳଭଣ୍ଡାରର ଜଳସ୍ତର ରହିଛି ୬୧୪.୨୭ ଫୁଟ୍ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୭୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି।
Views: 36