The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୁଣି ଅଡୁଆ ଖିଅରେ ସଲମାନ ଖାନ୍ : ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର ମାମଲାରେ ସମନ ଜାରି,

Facebook
Twitter
LinkedIn

ନୂଆଦିଲ୍ଳୀ : ପୁଣି ବିବାଦ ଘେରକୁ ଆସିଲେ ସଲମାନ ଖାନ୍ । ବିବାଦ ସହିତ ବଲିଉଡ ଅଭିନେତା ସଲମାନ ଖାନଙ୍କର ପୁରୁଣା ସମ୍ପର୍କ ରହି ଆସିଛି । ଏବେ ପୁଣି ଥରେ ସେ ଏକ ଆଇନଗତ ଅସୁବିଧାରେ ପଡିଛନ୍ତି । ସଲମାନ ବିଗତ ଅନେକ ବର୍ଷ ଧରି, ତାଙ୍କ ନାମ ଭିନ୍ନ ମାମଲା ସହିତ ଜଡିତ ଅଛି । ବର୍ତ୍ତମାନ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସଲମାନ ଖାନଙ୍କୁ ପୁଣି ଥରେ କୋର୍ଟରେ ହାଜର ହେବାକୁ ପଡିପାରେ। ଚାରି ବର୍ଷ ପୂର୍ବେ ସଲମାନ ଖାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଜଣେ ସାମ୍ବାଦିକ ଅଭିଯୋଗ କରିଥିଲେ। ପ୍ରଥମେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଏବଂ ପରେ ଧମକ ଦିଆଯାଇଥିଲା। ସମାନ ପ୍ରସଙ୍ଗରେ ମୁମ୍ବାଇର ଆନ୍ଧେରି ମାଜିଷ୍ଟ୍ରେଟ କୋର୍ଟ ବର୍ତ୍ତମାନ ସଲମାନ ଖାନଙ୍କ ବିରୋଧରେ ସମନ ପଠାଇଛନ୍ତି। ତେବେ ଡାକରା ଅନୁଯାୟୀ ସଲମାନ ଖାନ ୫ ଏପ୍ରିଲ ୨୦୨୨ରେ କୋର୍ଟରେ ହାଜର ହେବେ। ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସାମ୍ବାଦିକ ଅଶୋକ ପାଣ୍ଡେ ୨୦୧୯ ରେ ସଲମାନ ଖାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଅଭିଯୋଗରେ ଅଶୋକ ପାଣ୍ଡେଙ୍କ ତରଫରୁ କୁହାଯାଇଛି କି ୨୦୧୯ ମସିହାରେ ସେ ତାଙ୍କ କ୍ୟାମେରାମ୍ୟାନଙ୍କ ସହ କୌଣସି ଏକ ସ୍ଥାନକୁ ଯାଉଥିଲେ ଏବଂ ସଲମାନ ଖାନ ସାଇକେଲ ଚଳାଉଥିବାର ଦେଖିଥିଲେ।

ଅଭିନେତାଙ୍କ ଉଭୟ ବଡିଗାର୍ଡଙ୍କ ଠାରୁ ଅନୁମତି ନେବା ପରେ ଅଶୋକ ତାଙ୍କ ଭିଡିଓ ରେକର୍ଡିଂ ଆରମ୍ଭ କରିଥିଲେ। ସଲମାନ ଖାନ ଏ ବିଷୟରେ ଜାଣିବା ମାତ୍ରେ ସେ ଏହାକୁ ବିରୋଧ କରିବାକୁ ଲାଗିଲେ। ଏହା ପରେ ସଲମାନ ଖାନଙ୍କ ବଡିଗାର୍ଡ ମଧ୍ୟ ତାଙ୍କ ଉପରେ ହାତ ଉଠାଇଥିଲେ। କେବଳ ଏତିକି ନୁହେଁ, ଅଶୋକ ତାଙ୍କ ଅଭିଯୋଗରେ ସ୍ପଷ୍ଟ କରିଛନ୍ତି ଯେ ସଲମାନ ଖାନ ମଧ୍ୟ ତାଙ୍କୁ ମାର୍ ପିଟ୍ କରିଥିଲେ ପରେ ତଙ୍କୁ ଫୋନ କରି ଧମକ ଦେଇଥିଲେ। ନିକଟରେ ସଲମାନ ଖାନଙ୍କୁ କୃଷ୍ଣ ମୃଗ ଶିକାର ମାମଲାରେ କୋର୍ଟରୁ ଆରାମ ମିଳିଛି। ଏହି ୨୩ ବର୍ଷ ପୁରୁଣା ମାମଲାରେ ସଲମାନ ଖାନଙ୍କ ଆବେଦନକୁ ରାଜସ୍ଥାନ ହାଇକୋର୍ଟ ଗ୍ରହଣ କରିଛନ୍ତି। ବାସ୍ତବରେ ସଲମାନ ଖାନ ଏହି ମାମଲାରେ ସ୍ଥାନାନ୍ତର ସହ ଜଡିତ ଏକ ପିଟିସନ ଦେଇଥିଲେ। ତେବେ ବର୍ତ୍ତମାନ ନିମ୍ନ ଅଦାଲତ ବଦଳରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login