The Ultimate Managed Hosting Platform
ADVERTISEMENT

ପ୍ରୀତି ଘଡେଇ ଉସକାଉଛନ୍ତି, ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି : ବଳସାମନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କୁ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଟାର୍ଗେଟ । ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି କହିଲେ ପ୍ରଦୀପ । ଦେଶରେ ସମ୍ବିଧାନ ଅଛି ବୋଲି ତାଙ୍କର ଧାରଣା ନାହିଁ । ବହୁ ବର୍ଷ କ୍ଷମତାରେ ରହିଲେ , ତେଣୁ ଆଇନ କାନୁନକୁ ତାଙ୍କର ଖାତିର ନାହିଁ । ଏସପି ଓ ଅତିରିକ୍ତ ଏସପିଙ୍କ ଅଫିସରେ ଧମକାଇବା ଭାଇରାଲ ହୋଇଛି । ଆଲୋଚନାରେ ସବୁ ସମାଧାନ ହୁଏ, କିନ୍ତୁ ସେ ଲୋକଙ୍କୁ ଉତ୍ତେଜିତ କରୁଛନ୍ତି । ଯଦି ଲୋକେ ନିଆଁ ଲଗାଇ ଦେଇଥାନ୍ତେ କେତେ କ୍ଷତି ହୋଇ ନ ଥାନ୍ତା ପଚାରିଲେ । ଏହା ପୂର୍ବରୁ ମଧ୍ୟ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଆଡ଼ିସିନାଲ ଏସ୍ପି ଓ ଏସ୍ପି ଙ୍କ ଅଫିସରେ ପଶି ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲେ। ସମବାୟ ମନ୍ତ୍ରୀ ଆହୁରି କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ କଥାର ସମାଧାନ ହୁଏ, କିନ୍ତୁ ସେ ତାହା ନ କରି ଲୋକଙ୍କୁ ଉତ୍ତେଜିତ କରାଇ ହିଂସାକାଣ୍ଡ ଭିଆଇବାକୁ ବାଧ୍ୟ କରୁଛନ୍ତି। ଯଦି ଲୋକେ ନିଆଁ ଲଗେଇ ଦେଇଥାନ୍ତେ, କେତେ ଲୋକଙ୍କର ଧନଜୀବନ କ୍ଷତି ହୋଇଥାନ୍ତା ସେ କହି ପାରିବେ କି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଲଦାଖର ଗାଲୱାନ୍ ଉପତ୍ୟକାର ଚାରବାଗ୍ଠାରେ ଏକ ସେନା ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ...

ADVERTISEMENT
ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପାରିବାରିକ କଳହ ପାଇଁ ଜୀବନ ହାରିଦେଲେ ଯୁବକ

ମୟୂରଭଞ୍ଜ : ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଶୋଇବା ଘରୁ ଜବତ ହୋଇଛି। ପାରିବାରିକ ଅଶାନ୍ତିରୁ...

Login