The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସ୍କୁଲ ପରିସରରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଚୋରି ଆଶଙ୍କା, ବନବିଭାଗର ତଦନ୍ତ

Facebook
Twitter
LinkedIn

ନୀଳଗିରି :ସ୍କୁଲ ପରିସରରୁ ଶାଗୁଆନ କାଠ ଚୋରି ଆଶଙ୍କା । ନୀଳଗିରି ବ୍ଲକ କେନ୍ଦୁଖୁଣ୍ଟା ନିକଟ ବିଷ୍ଣୁପ୍ରିୟା ହାଇସ୍କୁଲ ପରିସରରେ ପଡିଥିବା ମୂଲ୍ୟବାନ ଶାଗୁଆନ୍ କାଠ ଚୋରି ହେବା ନେଇ ଆଶଙ୍କା।

ସୂଚନା ଅନୁଯାୟୀ, ୫ଟି ଯୋଜନାରେ ସ୍କୁଲର ଉନ୍ନତିକରଣ କରିବା ପାଇଁ ସ୍କୁଲ ପରିସରରେ ଥିବା ବିରାଟକାୟ ଏକାଧିକ ଶାଗୁଆନ୍ ଗଛ କଟା ଯାଇଛି। ହେଲେ ସ୍କୁଲ କର୍ତ୍ତୁପକ୍ଷ ଏହାକୁ ଶାଗ ମାଛ ଦରରେ ବିକ୍ରି କରୁଥିବା ଅଭିଯୋଗ ପାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଘଟଣାସ୍ଥଳକୁ ଯାଇ ଘଟଣାର ଖୋଳତାଡ଼ କରିଥିଲେ। ତେବେ ଗଛକଟା ପାଇଁ ଅନୁମତି ମିଳିଥିବା ବେଳେ କାଠ ଗୁଡ଼ିକ ସ୍କୁଲର ଆସବାବପତ୍ର କରିବା ଲାଗି କମିଟି ଓ ଶିକ୍ଷକମାନେ ଜଣାଇବା ପରେ ଯାଇ ଘଟଣା ପ୍ରଶମିତ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ କାମ ଭାଗବଣ୍ଟାକୁ ନେଇ ତୁମ୍ବିତୋଫାନ ଉଠିଥିଲା। ପରେ ବିରୋଧ କରୁଥିବା କିଛି ଗୋଷ୍ଠୀକୁ ଲ୍ୟାଣ୍ଡ ଡେଭଲପମେଣ୍ଟ କାମ ଦିଆଯିବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ହେଲେ ପୁଣି ମଙ୍ଗଳବାର ରାତି ୧୦ ଟାରେ ବିବାଦ ପୁଣି ଉପୁଜିଥିଲା। ସ୍କୁଲ ପରିସରକୁ ରାତିରେ ଟ୍ରାକ୍ଟର ଆଣି ମାଟି ପକାଉଥିବା ବେଳେ ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଗଣ୍ଡି ଚୋରି ହେବାର ଆଶଙ୍କା ପାଇଁ ଗ୍ରାମବାସୀ ନୀଳଗିରି ବନବିଭାଗକୁ ଏନେଇ ଖବର ଦେଇଥିଲେ। ବନାଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି। ତେବେ ସ୍କୁଲର ଉନ୍ନତିକରଣ କାମ ଦିନରେ ନହୋଇ ରାତିରେ କାହିଁକି ହେଉଛି ବୋଲି ସ୍ଥାନୀୟ ଲୋକେ ଏବେ ପ୍ରଶ୍ନ କରିଛନ୍ତି। ଏହାବ୍ୟତୀତ ସ୍କୁଲ ପରିସରରେ ପଡ଼ିଥିବା ଶାଗୁଆନ୍ କାଠ ଗଣ୍ଡି ସବୁ ଚୋରି ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଏହ ଘଟଣାକୁ ଗୁରୁତର ସହ ନେଇ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ସର୍ବସାଧାରଣରେ ଦାବି ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login