ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି । ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀ । ବୈତରଣୀ ବିପଦ ସଙ୍କେତ ୩୮.୩୬ ମି. ଉପରେ ପ୍ରବାହିତ । ଆଖୁଆପଦାରେ ରାତି ୧୦ଟା ସୁଦ୍ଧା ବିପଦ ସଙ୍କେତ ଟପିପାରେ ବୈତରଣୀ । ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ଜଳକା ନଦୀ । ବିପଦ ସଙ୍କେତ ତଳେ ପ୍ରବାହିତ ହେଲେ ବି ଫୁଲୁଛି ସୁବର୍ଣ୍ଣରେଖା ନଦୀ । ଚାନ୍ଦବାଲି ଓ ଧାମନଗର ବେଶୀ ପ୍ରଭାବିତ ଆଶଙ୍କା । ଭଣ୍ଡାରୀପୋଖରୀ ଆଂଶିକା ଭାବେ ପ୍ରଭାବିତ ହେବା ଆଶଙ୍କା । ସୁବର୍ଣ୍ଣରେଖା ଓ ବୈତରଣୀ ବେସିନକୁ ଗଲେ ୨ ସର୍ବୋଚ୍ଚ ଯନ୍ତ୍ରୀ । ଜଳସ୍ତର ବୃଦ୍ଧି ଯୋଗୁଁ ଭୁବନେଶ୍ୱରରୁ ଗଲେ ଜଳସପଂଦ ବିଭାଗର ୨ ସର୍ବୋଚ୍ଚ ଯନ୍ତ୍ରୀ । ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ । ବନ୍ୟା ସ୍ଥିତି ଦେଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ।
Views: 50