The Ultimate Managed Hosting Platform
ADVERTISEMENT

ହସ୍ପିଟାଲରୁ ବାହାରିବା ପରେ ଜେଲ୍ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଗିରଫ କଲା ପୋଲିସ

Facebook
Twitter
LinkedIn

ଖୋର୍ଦ୍ଧା : ଚିଲିକାର ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇ ଜେଲ ଗଲେ। ହସ୍ପିଟାଲରୁ ଚିକିତ୍ସିତ ହୋଇ ବାହାରିବା ପରେ ବାଣପୁର ପୋଲିସ ତାଙ୍କୁ ତୁରନ୍ତ ଗିରଫ କରିଥିଲା । ତେବେ ମଙ୍ଗଳବାର ରାତିରେ ବାଣପୁର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବାଣପୁର ଜେଲରେ ରାତି କାଟିଛନ୍ତି ବିଧାୟକ । ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୨ ତାରିଖରେ ବିଧାୟକଙ୍କ ଦବଙ୍ଗ ଆଚରଣ ଦେଖାଦେଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି କର୍ମିଙ୍କ ଉପରକୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିବା ଏନେଇ ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ କାବୁ କରି ନିର୍ଧୁମ ପିଟିଥିଲେ। ପରେ ପୋଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବିଧାୟକଙ୍କୁ ଭୁବନେଶ୍ୱରର ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ସେଠାରେ ୧୦ ଦିନ ଧରି ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ପରେ ବାଣପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ୱର କୋର୍ଟରେ ହାଜର ହେବା ପରେ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର କୋର୍ଟ ନିଆଯାଇଥିଲା । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବାଣପୁର ଜେଲରେ ରାତି କାଟିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login