ଭୁବନେଶ୍ୱର : ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ବିବାହ ପ୍ରତିଶ୍ରୁତି , ଦୁଷ୍କର୍ମ ଓ ଗର୍ଭ ନଷ୍ଟ ଭଳି ସଂଗୀନ ଅଭିଯୋଗ ଆସିଛି । ଏହାକୁ ନେଇ ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । କହିଲେ ଏହା ଏକ ସ୍ପର୍ଶକାତର ମାମଲା । ଦଳର ସଭାପତି ସ୍ପଷ୍ଟ କରିଛନ୍ତି ।ଆଇନ ତା ବାଟରେ ଯିବ । ମାମଲା ନେଇ ମୁଁ ଦଳରେ ଶୃଙ୍ଖଳା କମିଚିକୁ ଜଣାଇବି । ନାରୀ ସୁରକ୍ଷା ଓ ସମ୍ମାନକୁ ଦଳ ସର୍ବୋଚ୍ଚ ପ୍ରଥମିକତା ଦେଇଛି । ବାଲେଶ୍ୱର ହେଉ କି ବଳଙ୍ଗା ପୀଡିତା ଆମ ଷ୍ଟାଣ୍ଡ କ୍ଲିୟର ।
ଏହାକୁ ନେଇ ମାମଲା ରୁଜୁ କରି ପୋଲିସ ବିଏନଏସର ଦଫା-୧୮୩ ରେ ପୀଡିତାଙ୍କ ବୟାନ ରେକର୍ଡ କରିଛି । ଏହାସହ କ୍ୟାପିଟାଲ୍ ହସ୍ପିଟାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ହୋଇଛି । ଏପଟେ ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି ।
Views: 109











