The Ultimate Managed Hosting Platform
ADVERTISEMENT

ବିଏମସି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଂଗୀନ ଅଭିଯୋଗ ; ବିବାହ ପ୍ରତିଶ୍ରୁତି, ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ନେଇ ଥାନାରେ ମାମଲା ରୁଜୁ !

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ବିବାହ ପ୍ରତିଶ୍ରୁତି , ଦୁଷ୍କର୍ମ ଓ ଗର୍ଭ ନଷ୍ଟ ଭଳି ସଂଗୀନ ଅଭିଯୋଗ ଆସିଛି । ଏହାକୁ ନେଇ ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ପୋଲିସ ବିଏନଏସର ଦଫା-୧୮୩ ରେ ପୀଡିତାଙ୍କ ବୟାନ ରେକର୍ଡ କରିଛି । ଏହାସହ କ୍ୟାପିଟାଲ୍ ହସ୍ପିଟାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ହୋଇଛି । ଏପଟେ ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି ।

ତେବେ ନାରୀ ସୁରକ୍ଷା ଦିଗରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବର୍ତ୍ତମାନ ବିଜେଡି କର୍ପୋରେଟରଙ୍କ ନାଁରେ ଥିବା ସଂଗୀନ ଅଭିଯୋଗକୁ ନେଇ କଣ ପଦ କ୍ଷେପ ଦଳ ନେଉଛି ତାହା ଦେଖିବାକୁ ରହିଛି । ଅନ୍ୟପଟେ ଏହି ଘଟଣା କେତେଦୂର ସତ ତାହା ମଧ୍ୟ ଜଣା ପଡିନି । ଏହି ଘଟଣା କେଉଁ ସମୟର ? ଆଗରୁ ଯୁବତୀ ଜଣଙ୍କ କାହିଁକି ଅଭିଯୋଗ କରି ନ ଥିଲେ ? ତାଙ୍କ ପ୍ରତି ଚାପ ରହିଥିଲା କି ? ବର୍ତ୍ତମାନ କାହିଁକି ମୁହଁ ଖୋଲିଲେ ? ତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ତେବେ ଏହାକୁ ନେଇ କର୍ପୋରେଟର ଅମରେଶ ଜେନାଙ୍କ ପ୍ରତିକ୍ରିୟା ମିଳି ପାରିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗହଣା ଦୋକାନରୁ ଲୁଟ

ଗହଣା ଦୋକାନରୁ ଲୁଟ

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ...

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login