ବ୍ରହ୍ମପୁର : ଗାନ୍ଧୀନଗର ମାରୁତି ବିହାରରେ ୭ ଗାଇ ଉପରେ ଏସିଡ ମାଡ । ବାଡ ଭାଙ୍ଗି ଗାଇ ଓ ବାଛୁରୀ ବାଡି ଭିତରେ ପଶିବାରୁ ଏସିଡ ଫିଙ୍ଗିଲେ । ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାଁରେ ବ୍ରହ୍ମପୁର ଟାଉନ ଥାନାରେ ଏତଲା । ପୋଲିସ ସହ ଆଲୋଚନା କଲେ ଭିଏଚପି ଓ ବଜରଙ୍ଗ ଦଳର କର୍ମକର୍ତ୍ତା । ଈଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ଚାଲିଛି । ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଈଶ୍ୱରଙ୍କ ସହ ସମାନ କରାଯାଉଥିବାବେଳେ ଗାଈ ବି ଆଜିକାଲି ସୁରକ୍ଷିତ ନାହାନ୍ତି । ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ଚର୍ଚ୍ଚା ଆରମ୍ଭ ହୋଇଛି ।
Views: 9