ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ କହିଲେ ଭକ୍ତ । ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରେସମିଟ । ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢୁଛି ତେବେ ଅନାସ୍ଥା ପ୍ରସ୍ତାବ ଆଣୁ । ବିଧାନସଭାରେ ସରକାର ବିରୋଧରେ ବିଜେଡି ଅନାସ୍ତା ପ୍ରସ୍ତାବ ଆଣୁ । ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ ଆମେ ସମର୍ଥନ ଦେବୁ କହିଲେ ଭକ୍ତ । ନଚେତ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ ବିଜେଡି ସମର୍ଥନ ଦେଉ । ବାଲେଶ୍ୱର ଘଟଣାକୁ ନେଇ ଆମେ ଲଜ୍ଜିତ କିନ୍ତୁ ସରକାର ଲଜ୍ଜିତ ନାହାନ୍ତି । ସରକାର ଏବେବି ନୀରବଦ୍ରଷ୍ଟା , ମହିଳା କମିଶନ ଗଠନ ହୋଇପାରିଲା ନାହିଁ ।
ସ୍ୱାଧୀନତାର ୭୫ ବର୍ଷ ପରେ ବି ନାରୀ ସୁରକ୍ଷିତ ନଥିବା ବେଳେ ସରକାର ନିରବଦଷ୍ଟା ସାଜିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ‘‘ଏଭଳି ଘଟଣା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କିଭଳି ଲଜ୍ଜା ଦେଉନାହିଁ କେଜାଣି। ସେମାନେ କ୍ଷମତାରେ ରହିବା ଉଚିତ ନୁହେଁ। ତୁରନ୍ତ ଇସ୍ତଫା ଦିଅନ୍ତୁ।’’
ବିଜେଡି ଅନାସ୍ଥା ଆଣୁ , ସମର୍ଥନ ଦେବୁ : ଭକ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











