The Ultimate Managed Hosting Platform
ADVERTISEMENT

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ୨ ପୂର୍ବତନ କାଉନସିଲର ନିଲମ୍ବିତ

Facebook
Twitter
LinkedIn

ଫୁଲବାଣୀ : ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ପାଇଁ ବିଜେଡିର ୨ ପୂର୍ବତନ କାଉନସିଲଙ୍କୁ ନିଲମ୍ବିତ l ମଙ୍ଗଳବାର ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଫୁଲବାଣୀ ସହରର ୩ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ ବେହେରା ଓ ଦଶ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରାଙ୍କୁ ନିଲମ୍ବିତ କରିଛନ୍ତି l ଏ ନେଇ ଆଜି ସଭାପତି କର୍ଣ୍ଣ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି l ସୂଚନା ଅନୁଯାୟୀ, ଏମାନେ ଦଳୀୟ ପାର୍ଥୀଙ୍କୁ ବିରୋଧ କରି ସ୍ୱାଧୀନ ପାର୍ଥୀ ଦେଇଥିଲେ । ତେଵେ ଦଳ ପକ୍ଷରୁ ଏ ଦୁହିଁଙ୍କୁ ମନାଇବାକୁ ବହୁତ ଚେଷ୍ଟା କରାଯାଇଥିଲେ ମଧ୍ୟ ଏମାନେ ମାନି ନଥିଲେ l ଫଳରେ ବାଧ୍ୟ ହୋଇ ବିଜେଡି ଦଳ ପକ୍ଷରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି l

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login