The Ultimate Managed Hosting Platform
ADVERTISEMENT

ଯାନ୍ତ୍ରିକ ତ୍ରୁଟି : ରନୱେରେ ବ୍ରେକ ମାରିଲେ ପାଇଲଟ

Facebook
Twitter
LinkedIn

ଦିଲ୍ଲୀ : ଅଳ୍ପକେ ଟଳିଲା ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରାଯାଇଛି । ସତର୍କତାର ସହ ପାଇଲଟଙ୍କ ଜରୁରୀ ଅବତରଣ ପାଇଁ ସମସ୍ତ ଯାତ୍ରୀଙ୍କ ସମେତ କର୍ମଚାରୀ ସୁରକ୍ଷିତ ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ଏୟାର ଇଣ୍ଡିଆ କହିଛି ଯେ, ଦିଲ୍ଲୀରୁ କୋଲକାତା ଯାଉଥିବା ଏୟାର ଇଣ୍ଡିଆ ବିମାନ AI2403 ର ଉଡ଼ାଣରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ଉଡ଼ାଣକୁ ବାତିଲ କରାଯାଇଥିଲା । ତେଣୁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ ଏଭଳି ନିଷ୍ପତ୍ତି ନେଇଥିଲେ । ଯାହା ଦ୍ବାରା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ଏହା ସହିତ ଏୟାର ଇଣ୍ଡିଆର ଗ୍ରାଉଣ୍ଡ ଷ୍ଟାଫ୍ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login