ଭୁବନେଶ୍ୱର : ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଦିଲ୍ଲୀ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ । ସଂଗଠନ ସ୍ଥିତି ନେଇ ବିଜେପିର ବରିଷ୍ଠ ନେତାଙ୍କ ସହ କରିପାରନ୍ତି ଆଲୋଚନା । ବୋର୍ଡ ଓ ନିଗମ ପଦବୀ ପୂରଣ ନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା । ମନମୋହନଙ୍କ ସହ ଦିଲ୍ଲୀ ଗସ୍ତରେ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି । ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ମଙ୍ଗୁଆଳ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ମନମୋହନଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ବିଶେଷକରି ମନମୋହନ ୨୦୨୪ ନିର୍ବାଚନରେ ଦଳର ଉତ୍ତମ ପ୍ରଦର୍ଶନ । ନୂଆ ଓ ପୁରୁଣା ନେତାଙ୍କ ନେଇ ଆଗକୁ ବଢ଼ିବାର କୌଶଳ । ରାଜ୍ୟ ସଭାପତି ଭାବେ ମନମୋହନଙ୍କ ୮ବର୍ଷର ଅଭିଜ୍ଞତା ।
Views: 20