The Ultimate Managed Hosting Platform
ADVERTISEMENT

ବଳଙ୍ଗା ପୋଡି ଘଟଣା : ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ ଓ ପୋଲିସ

Facebook
Twitter
LinkedIn

ଭୁବନେଶ୍ୱର : ବଳଙ୍ଗାରେ ନାବାଳିକାଙ୍କୁ ଜୀଅନ୍ତା ପୋଡି ମାରିବା ଉଦ୍ୟମ ଘଟଣା । ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ପୀଡିତାଙ୍କ ବୟାନ ରେକର୍ଡ ଆଧାରରେ ଚାଲିଛି ତଦନ୍ତ । ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୋଲିସର ସ୍ୱତନ୍ତ୍ର ଟିମ ।
ବଳଙ୍ଗା ଘଟଣାରେ ୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ଏପର୍ୟ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍ ୨୦ ଜଣଙ୍କୁ ଜେରା କରିସାରିଲାଣି । ଗତକାଲି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଚେରହଳ ଗାଁର ଦୁଃଖୀଶ୍ୟମ ସେନାପତିଙ୍କ ଘରକୁ ଯାଇ ଘଟଣା ଦିନ ସମ୍ପର୍କରେ ପଚାରି ବୁଝିଥିଲେ । ସେପଟେ ରୁପା ମୁଦି ଖୋଲିବ ବଳଙ୍ଗା ସସପେନ୍ସ। କ୍ରାଇମ ସ୍ପଟରୁ ମିଳିଥିବା ରୁପା ମୁଦି କାହାର ? ବଳଙ୍ଗା ବଜାରରେ ଥିବା ବିଭିନ୍ନ ଅଳଙ୍କାର ଦୋକାନରେ ପଚାରୁଛି ପୋଲିସ । କେଉଁ ଦୋକାନରୁ ଆସିଥିଲା ରୁପା ମୁଦି ? ଦୋକାନ ଜଣା ପଡ଼ିଲେ ଅପରାଧୀ ପାଖରେ ପହଞ୍ଚି ପାରିବ ତଦନ୍ତକାରୀ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୃଷ୍ଟି ହେଲା ଲଘୁଚାପ

ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...

ADVERTISEMENT
ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ , ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ : ପ୍ରଭାତୀ ପରିଡା

ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ...

Login