ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା । ଏହାପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁର୍ବଳତା ଅନୁଭବ କରିବା ସହିତ ମୁଣ୍ଡ ବୁଲାଇଥିଲା । ଫଳରେ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି ।ଡାକ୍ତରୀ ଟିମ୍ ତାଙ୍କର ଯାଞ୍ଚ କରୁଛନ୍ତି । କିଛି ଟେଷ୍ଟ ବାକି ରହିଛି ।ଟେଷ୍ଟ ସରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦିଆଯିବ ବୋଲି ଡାକ୍ତରୀ ଟିମ୍ କହିଛନ୍ତି ।
Views: 69











