The Ultimate Managed Hosting Platform
ADVERTISEMENT

କାଉଡିଆଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ , ଦୁଇ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ୟୁପି : ଦ୍ରୁତଗାମୀ ଆମ୍ବୁଲାନ୍ସ କାଉଡିଆଙ୍କୁ ଚାପି ଦେଇଛି । ସେଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ଯେଉଁ ହସ୍ପିଟାଲର ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇଛି ତାହା ମୋଦିନଗରର ବିଜେପି ବିଧାୟକ ମଞ୍ଜୁ ସିୱାଚଙ୍କ ସ୍ୱାମୀଙ୍କର ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ଦିଲ୍ଲୀ-ମରାଠୀ ନିକଟସ୍ଥ କାଦରାବାଦରେ ଦୁର୍ଘଟଣା ଘଟିଥିଲା । ପାଣି ଆଣିବାକୁ ୫ ଜଣ ହରିଦ୍ବାର ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିଲା । ସ୍କୁଟି ଏବଂ ବାଇକରେ ଯାଉଥିବା ୨ ଜଣ କାଉଡିଆଙ୍କୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥି ସମତେ ଆମ୍ବୁଲାନ୍ସ ଧକ୍କାରେ ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଥିଲେ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏପର୍ୟ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login