The Ultimate Managed Hosting Platform
ADVERTISEMENT

ମାନସ ସ୍ୱାଇଁ ହତ୍ୟା ମାମଲା, ଶର୍ମିଷ୍ଠାଙ୍କ ସହ ପୋଲିସ ଅଫିସରଙ୍କ ଫଟୋ ଭାଇରାଲ

Facebook
Twitter
LinkedIn

ଭୁବନେଶ୍ୱର : ବଢୁଛି ଗୁମର । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା । ଏସପି ଯତିନ ପଣ୍ଡାଙ୍କ ସହ ଶର୍ମିଷ୍ଠାର ଫଟୋ ଭାଇରାଲ । ଏବେ ପୋଲିସ ତଦନ୍ତକୁ ନେଇ ଉଠିଲାଣି ପ୍ରଶ୍ନ । ପଦାକୁ ଆସିଲା ତଦନ୍ତକାରୀ ଅଧିକାରୀଙ୍କ ସହ ଅଭିଯୁକ୍ତଙ୍କ ଫଟୋ । ଭଦ୍ରକ ଅତିରିକ୍ତ ଏସପି ଯତିନ ପଣ୍ଡାଙ୍କ ସହ ଶର୍ମିଷ୍ଠାର ଫଟୋ ଏବେ ଭାଇରାଲ ହେଉଛି । ପୂର୍ବରୁ ଉଭୟେ ବିଭିନ୍ନ କାର‌୍ୟ୍ୟକ୍ରମରେ ଏକାଠି ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ, ମାନସ ସ୍ୱାଇଁ ହତ୍ୟା ଘଟଣାରେ ଶର୍ମିଷ୍ଠାଙ୍କ ସହ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡାଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଟି ଭଦ୍ରକ ଜିଲ୍ଲା ସ୍ୱତନ୍ତ୍ର ଉପକାରାଗାରର ବୋଲି କୁହାଯାଉଛି । ୨୦୨୧ ମସିହାର ଏହି ଫଟୋ ବୋଲି କୁହାଯାଉଛି । ତେବେ ଫଟୋକୁ ଶର୍ମିଷ୍ଠା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । କିରଣ ସପୋର୍ଟ ସେଣ୍ଟର ନାମକ ଏକ ପ୍ରୋଜେକ୍ଟର ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ଡାଇରେକ୍ଟରେଟ ଅଫ ପ୍ରିଜିନ୍ସ ସପୋର୍ଟ କରିଥିବା ପୋଷ୍ଟରରେ ମଧ୍ୟ ଲେଖା ରହିଛି । ସେପଟେ ଭଦ୍ରକ ଏସ୍‌ପି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ପ୍ରକ୍ରିୟା ଚାଲିଛି । ମୋ ନଜରରେ ଏବେ ଯାଏଁ ଏମିତି କିଛି ଘଟଣା ଆସିନାହିଁ । ଯଦି ଆସିବ, ତାହାଲେ ଆଗକୁ ଏହାର ତଦନ୍ତ ହେବ । ତଦନ୍ତ ପରେ ପୁରା ଘଟଣା ଉପରୁ ପରଦା ହଟିିବ । ସେହିପରି ଶର୍ମିଷ୍ଠା ରାଉତ ଓ ଝୁନାଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login