The Ultimate Managed Hosting Platform
ADVERTISEMENT

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି-୨୦୨୫ ପରୀକ୍ଷା ସ୍ଥଗିତ । ପେପର-୧ ଓ ପେପର-୨ ପରୀକ୍ଷା ସ୍ଥଗିତ ହେଲା । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ସକାଳ ୯ ଟାରୁ ସାଢ଼େ ୧୧ ଟା ଯାଏ ପେପର-୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପର୍ୟ୍ୟନ୍ତ ପେପର-୨ ପରୀକ୍ଷା ହୋଇଥାନ୍ତା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଜଣ କାର୍ୟ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଇଥାନ୍ତେ ।ପ୍ରଶ୍ନପତ୍ର ଛପାଯିବା ସ୍ଥାନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଛି । ଦୁଇଟି ଯାକ ପେପର୍ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍ରୁ ମୋବାଇଲ୍କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷା ବାତିଲ କରାଯାଇଛି ।ବୋର୍ଡ ଏହି ପରୀକ୍ଷା ବାତିଲ୍ କରିବା ସହ ପରବର୍ତ୍ତୀ ସମୟରେ ସାନି ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login