ନୂଆଦିଲ୍ଲୀ : ଅନଲାଇନ ବେଟିଂ ଆପ ମାମଲା । ଗୁଗୁଲ ଓ ମେଟାକୁ ଇଡିର ନୋଟିସ । ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ନୋଟିସ । ଜୁଲାଇ ୨୧ରେ ହାଜର ହେବାକୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ସମନ । ଅନଲାଇନ ବେଟିଂ ଆପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ସମନ । ଉଭୟଙ୍କୁ ଜୁଲାଇ ୧୨ରେ ହାଜର ହେବା ପାଇଁ ଇଡି ସମନ କରିଛି । ମହାଦେବ ଅନଲାଇନ୍ ବେଟିଂ ଆପ୍ ସହ ଜଡ଼ିତ ହଜାର ହଜାର କୋଟି ଟଙ୍କାର ବେଆଇନ କାରବାରର ତଦନ୍ତ ପରିସରରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁଗଲ୍ ଏବଂ ମେଟାର ଅଧିକାରୀମାନେ ଇଡି ସମ୍ମୁଖରେ ହାଜର ହୋଇ ବିଜ୍ଞାପନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ଆର୍ଥିକ କାରବାରର ବିବରଣୀ ପ୍ରଦାନ କରିବେ। ଏହି ପଚରାଉଚରାରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ଇଡି ମନି ଲଣ୍ଡରିଂର ଗୁମର ଖୋଲିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି। ଯଦି ଏହି ଟେକ୍ କମ୍ପାନୀଗୁଡ଼ିକର କୌଣସି ଅବହେଳା କିମ୍ବା ସିଧାସଳଖ ସମ୍ପୃକ୍ତିର ପ୍ରମାଣ ମିଳେ, ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।
ଗୁଗୁଲ ଓ ମେଟାକୁ ଇଡି ନୋଟିସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅଗଷ୍ଟ ୩୧ରେ ସ୍ପେଶାଲ ଓଟିଇଟି
ଭୁବନେଶ୍ୱର : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ ଓଟିଇଟି । ସ୍ପେଶାଲ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ...
ସପ୍ତାହେ ଘୁଞ୍ଚିଲା ଟ୍ରମ୍ପଙ୍କ ଟାରିଫ
ନୂଆଦିଲ୍ଲୀ : ଆମେରିକାର ୨୫ ପ୍ରତିଶତ ଟାରିଫ ପ୍ଲାନ ଏକ ସପ୍ତହା ଘୁଞ୍ଚିଲା । ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି...
ଅନିଲ ଅମ୍ବାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଇଡି ଜାଲରେ ଅନିଲ ଅମ୍ବାନୀ । ରିଲାୟାନ୍ସ ଗ୍ରୁପର ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ସମନ କରିଛି । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ...
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ
ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...