The Ultimate Managed Hosting Platform
ADVERTISEMENT

ବାନ୍ଦ୍ରାରେ ଭୁଶୁଡିଲା ତିନି ମହଲା କୋଠା

Facebook
Twitter
LinkedIn

ମୁମ୍ବାଇ : ଶୁକ୍ରବାର ସକାଳେ ମହାରାଷ୍ଟ୍ରର ମୁମ୍ବାଇର ପଶ୍ଚିମ ଉପନଗର ବାନ୍ଦ୍ରାରେ ଭୁଶୁଡ଼ି ପଡ଼ିଥିବା ଏକ ତିନି ମହଲା ଘର ଭାଙ୍ଗିରୁଜି ଚୂରମାର୍ ହୋଇଯାଇଛି । ଏଥି ସହ ଭାଙ୍ଗିଥିବା ଏହି ଘରର ଭଗ୍ନାବଶେଷ ତଳେ ଅତି କମରେ ୧୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ପୌର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଏପର୍ୟ୍ୟନ୍ତ ସାତ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ ଭାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ପୋଲିସ ଏବଂ ବୃହନ୍ମୁମ୍ବାଇ ନଗର ନିଗମ କର୍ମଚାରୀଙ୍କ ସହିତ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସେ କହିଛନ୍ତି, “ସନ୍ଧାନ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି । ଅଧିକ ସୂଚନା ଅପେକ୍ଷା କରାଯାଇଛି ।” ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, କୋଠାରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯାହା ପରେ କୋଠାର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଅଗ୍ନିଶମ ବିଭାଗ, ମୁମ୍ବାଇ ପୋଲିସ ଏବଂ ବିଏମସି ଦ୍ୱାରା ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login