ସମ୍ବଲପୁର : ସମ୍ବଲପୁର ଜିଏମ ବିଶ୍ୱ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ମାମଲା । ଆଭ୍ୟନ୍ତରୀଣ କମିଟି ବା ଆଇସିସି ବୈଠକ ଡାକିଲେ କୁଳପତି । ଅପରାହ୍ମ ୪ଟାରେ ବସିବ ଆଭ୍ୟନ୍ତରୀଣ କମିଟି । ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ମାର୍ଗ ଦର୍ଶିକା ଜାରି ।
ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା । ଏହା ସହ ଅପରାହ୍ନ ୪ଟାରେ ବସିବ ଆଇସିସି । କାର୍ୟ୍ୟକ୍ଷେତ୍ରରେ ପ୍ରଫେସନାଲ ଭ୍ୟାଲୁ, ମୋରାଲ୍ ଭ୍ୟାଲୁ ପାଳନ କରିବା ପାଇଁ ମାର୍ଗଦର୍ଶିକା ଜାରି । ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ଛାତ୍ରଛାତ୍ରୀଙ୍କର କୌଣସି ସ୍ତରରେ ଅସୁବିଧା ହେଲେ ବା ସେମାନେ ନିର୍ୟାତନାର ଶିକାର ହେଲେ, ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଥିବା ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି । ଏହା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଏମିତି କିଛି ଘଟିଛି ତାର କାଉନସେଲିଂ ଚାଲିଥିବା କୁଳପତି କହିଛନ୍ତି ।
Views: 58











