ନୂଆଦିଲ୍ଲୀ : ଦିଲ୍ଲୀରେ ୨୦ରୁ ଅଧିକ ସ୍କୁଲକୁ ବୋମା ଧମକ । ବୋମାରେ ସ୍କୁଲକୁ ଉଡାଇ ଦେବାକୁ ଆସିଲା ମେଲ । ବିଭିନ୍ନ ସ୍କୁଲରେ ପୋଲିସ ଓ ଅଗ୍ନିଶମ ଟିମର ତଲାସୀ । ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ଆସିଲା ଧମକ ପୂର୍ଣ୍ଣ ମେଲ । ଏହାରି ମଧ୍ୟରେ ବେଙ୍ଗାଲୁରୁର ୪୦ ସ୍କୁଲକୁ ମଧ୍ୟ ଧକମପୂର୍ଣ୍ଣ ମେଲ୍ ମିଳିଛି । ଯାହା ପରେ ଉତ୍ତେଜନା ସୃଷ୍ଟି କରିଛି । ସୂଚନା ପାଇବା ପରେ ତୁରନ୍ତ ଫାୟାର ବିଭାଗ ଏବଂ ଦିଲ୍ଲୀ ପୋଲିସ ଦିଲ୍ଲୀ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ବେଙ୍ଗାଲୁରୁ ସ୍କୁଲର ମଧ୍ୟ ତଦନ୍ତ ଆରମ୍ଭ ପୋଲିସ । ସୂଚନାନୁଯାୟୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଟ୍ୱିଟ୍ କରି ରାଜଧାନୀରେ ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ୨୦ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିବା ପରେ ପିଲା, ଗାଡିୟାନ୍ ଏବଂ ଶିକ୍ଷକମାନେ ମନରେ ଆତଙ୍କ ସୃଷ୍ଟି କରିଛି । ଦିଲ୍ଲୀ ଶାସନରେ ୪ଟି ଇଞ୍ଜିନ୍ ବିଜେପି ପାଖରେ ଥାଇ ମଧ୍ୟ ପିଲାମାନଙ୍କୁ ସୁରକ୍ଷା ଯୋଗାଇ ପାରୁନାହିଁ । ଯାହା ଖୁବ୍ ଆଶ୍ଚର୍ୟ୍ୟଜନକ ।
ଦିଲ୍ଲୀରେ ପୁଣି ୨୦ ସ୍କୁଲକୁ ବୋମା ଧମକ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











